ସ୍ୱାମୀଜୀ : ତୁମେ ଜାଣି ନାହଁ । ଏ କ୍ଷମତା ସମସ୍ତଙ୍କର ହୋଇପାରେ । ଯେ ଭଗବାନଙ୍କ ପାଇଁ ବାର ବର୍ଷ ପର୍ଯ୍ୟନ୍ତ ବ୍ରହ୍ମଚର୍ଯ୍ୟ ସାଧନ କରିବ, ତାର ଏ କ୍ଷମତା ଆସିଯିବ । ମୁଁ ସେହିପରି ବ୍ରହ୍ମଚର୍ଯ୍ୟ ରକ୍ଷା କରିଛି; ତେଣୁ ମୋର ମସ୍ତିଷ୍କ ଭିତରୁ ଗୋଟିଏ ପର୍ଦ୍ଦା ଫିଟିଯାଇଛି । ସେଥିପାଇଁ ମୋତେ ଦର୍ଶନଶାସ୍ତ୍ର ଭଳି ଜଟିଳ ବିଷୟର ବକ୍ତୃତା ପାଇଁ ଚିନ୍ତା କରିବାକୁ ହୁଏ ନାହିଁ ।
—ସ୍ୱାମୀ ବିବେକାନନ୍ଦ
